କୋଲକାତା ,18 ନଭେମ୍ବର (ହି.ସ)-ପଶ୍ଚିମବଙ୍ଗରେ
ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆରର
ଅଗ୍ରଗତି ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନଙ୍କ ଏକ ଚାରି ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଦଳ
ମଙ୍ଗଳବାର ସକାଳେ କୋଲକାତାରେ ପହଞ୍ଚିଛି। ଏହି ମାସରେ କମିଶନଙ୍କ ଏହା ଦ୍ୱିତୀୟ ରାଜ୍ୟସ୍ତରୀୟ
ସମୀକ୍ଷା ଗସ୍ତ, ଯାହାଦ୍ୱାରା
ସଙ୍କେତ ମିଳୁଛି ଯେ କମିଶନରଙ୍କ ଏହି ସ୍ୱତନ୍ତ୍ର
ସଂଶୋଧନ ପ୍ରକ୍ରିୟା ଉପରେ ଧ୍ୟାନ ଦିଆଯାଇଛି।କେନ୍ଦ୍ରୀୟ ଦଳରେ ଉପ-ନିର୍ବାଚନ କମିଶନର ଜ୍ଞାନେଶ
ଭାରତୀ, କମିଶନର ଦୁଇ ପ୍ରମୁଖ ସଚିବ ଏସ.ବି. ଜୋଶୀ ଏବଂ ମଳୟ
ମଲିକ ଏବଂ ଉପନିର୍ବାଚନ ଅଭିନବ ଅଗ୍ରୱାଲ ସାମିଲ ଅଛନ୍ତି।
ଏହି ଦଳ ମଙ୍ଗଳବାରରୁ 21ନଭେମ୍ବରପର୍ଯ୍ୟନ୍ତ ରାଜ୍ୟରେ ରହିବ ଏବଂ କୋଲକାତା, ଦକ୍ଷିଣ 24 ପରଗନା, ନଦିଆ, ମୁର୍ଶିଦାବାଦ ଏବଂ
ମାଲଦା ଜିଲ୍ଲାରେ ଏସଆଇଆରଗୁଡ଼ିକର ସ୍ଥିତିର
ସମୀକ୍ଷା କରିବ। ଏହି ମାସର ଆରମ୍ଭରେ ହୋଇଥିବା ପ୍ରଥମ ଗସ୍ତ ସମୟରେ, ଦଳ ଉତ୍ତର ବଙ୍ଗର ତିନୋଟି ଜିଲ୍ଲାରେ ପ୍ରଗତି
ମୂଲ୍ୟାଙ୍କନ କରିଥିଲା
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
