• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
National

ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

CliQ INDIA
Last updated: December 19, 2023 12:00 pm
CliQ INDIA
Share
8 Min Read
SHARE

ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରାୟ ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଉଦଘାଟନ ସହ ଅନ୍ୟାନ୍ୟ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ବାରଣସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍, ଦୋହରିଘାଟ – ମାଉ ମେମୁ ଟ୍ରେନ୍ ଏବଂ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବହନ କରିଡରରେ ଏକ ଯୋଡ଼ା ଲଙ୍ଗ୍ ହାଉଲ୍ ମାଲବାହୀ ଟ୍ରେନ୍କୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହ ଗ୍ରୀନ୍ ଫିଲ୍ଡ ଶିବପୁର – ଫୁଲୱାରିଆ – ଲହରତାରା ରାସ୍ତାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା, ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ଦୁଇଟି ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ୧୩୨ କିଲୋୱାଟ୍ ସବ୍ଷ୍ଟେସନ ନିର୍ମାଣ କରାଯାଇଛି । ସେ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଚିତ୍ରକୁଟ ଜିଲ୍ଲାରେ ୮୦୦ ମେଗାୱାଟ ବିଶିଷ୍ଟ ସୌର ପାର୍କ, ୧୦୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମିର୍ଜାପୁର ଠାରେ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ, ୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ – ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨)ର ପ୍ରଶସ୍ତୀକରଣ , ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପ ସମେତ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ୱଳନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ବାରଣାସୀର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯଦିଓ ସେ ଏହି ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଉପସ୍ଥିତ ନଥିଲେ, ତଥାପି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଏବଂ ପର୍ଯ୍ୟଟକ ମାନଙ୍କ ସମେତ ବାରଣାସୀ ଗସ୍ତ କରୁଥିବା ଲୋକମାନେ ତାଙ୍କୁ ଏସମ୍ପର୍କରେ ସୂଚନା ଦେଉଥିଲେ ଏବଂ ବାରଣାସୀ ଏବଂ ଏହାର ନାଗରିକ ମାନଙ୍କ ପ୍ରଶଂସା ଶୁଣି ସେ ଅନୁଭବ କରିଥିବା ଗର୍ବ ବିଷୟରେ ଉଲ୍ଲେଖ କରିଥିଲେ । ଯେତେବେଳେ କାଶୀର ନାଗରିକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଏ ସେତେବେଳେ ମୋତେ ଅତ୍ୟନ୍ତ ଗର୍ବ ଅନୁଭବ ହୋଇଥାଏ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ ସେ ମଧ୍ୟ କହିଥିଲେ ଯେ, ଭଗବାନ ମହାଦେବଙ୍କ ଭୂମିର ସେବା ପ୍ରତି ସମର୍ପଣ କେବେ ବି ଯଥେଷ୍ଟ ହୋଇପାରିବ ନାହିଁ ।

ପାଖାପାଖି ୨୦,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସରେ ସମାନ ବିଶ୍ୱାସ ରହିଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କାଶୀ ସମୃଦ୍ଧ ହେଲେ ୟୁପି (ଉତ୍ତର ପ୍ରଦେଶ) ସମୃଦ୍ଧ ହୁଏ ଏବଂ ୟୁପି ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହୁଏ । ବାରଣାସୀର ଗ୍ରାମ ଗୁଡ଼ିକରେ ଜଳ ଯୋଗାଣ, ବିଏଚୟୁ ଟ୍ରମା ସେଣ୍ଟରର କ୍ରିଟିକାଲ କେୟାର ୟୁନିଟ୍, ସଡ଼କ, ରେଳବାଇ, ବିମାନବନ୍ଦର, ବିଜୁଳି, ସୌର ଶକ୍ତି, ଗଙ୍ଗାର ବିଭିନ୍ନ ଘାଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ଜଳ ଯୋଗାଣ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏହି ଅଞ୍ଚଳରେ ବିକାଶର ଗତିକୁ ଆଗକୁ ବଢ଼ାଇବ । ସେ ଗତକାଲି ସନ୍ଧ୍ୟାରେ କାଶୀ – କନ୍ୟାକୁମାରୀ ତାମିଲ ସଙ୍ଗମମ୍ ଟ୍ରେନ୍ ଏବଂ ବାରଣାସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଦୋହରିଘାଟ – ମାଉ ମେମୁ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ସମଗ୍ର ଦେଶ ସହିତ କାଶୀ ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ, ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହଜାର ହଜାର ଗ୍ରାମ ଏବଂ ସହରରେ ପହଞ୍ଚିଛି ଯେଉଁଠାରେ କୋଟି କୋଟି ନାଗରିକ ଏହା ସହିତ ଯୋଡ଼ି ହେଉଛନ୍ତି । ଶ୍ରୀ ମୋଦୀ ବାରଣାସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଭିବିଏସୱାଇ ଭ୍ୟାନକୁ ଲୋକମାନେ ‘ମୋଦୀ କି ଗ୍ୟାରେଣ୍ଟି କି ଗାଡି’ ବୋଲି ସମ୍ବୋଧନ କରୁଛନ୍ତି । ସରକାରୀ ଯୋଜନାର ଲାଭ ପାଇବାକୁ ହକ୍ଦାର ଥିବା ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଏହା ମାଧ୍ୟମରେ ନାଗରିକଙ୍କ ନିକଟରେ ପହଞ୍ଚୁଛନ୍ତି, ଅନ୍ୟ ଉପାୟରେ ନୁହେଁ । ମୋଦୀ କି ଗ୍ୟାରେଣ୍ଟି କି ଗାଡି ଏକ ସୁପରହିଟ୍, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ବଞ୍ଚିତ ଥିବା ହଜାର ହଜାର ହିତାଧିକାରୀ ମାନଙ୍କୁ ବାରଣାସୀରେ ଭିବିଏସ୍ୱାଇ ସହିତ ଯୋଡାଯାଇଛି । ସେ ଆୟୁଷ୍ମାନ କାର୍ଡ, ମାଗଣା ରାସନ କାର୍ଡ, ପକ୍କା ଘର, ଜଳ ସଂଯୋଗ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ସୁବିଧାର ଉଦାହରଣ ଦେଇଥିଲେ ଯାହା ଭିବିଏସୱାଇ ସମୟରେ ମଧ୍ୟ ଉପଲବ୍ଧ କରାଯାଇଥିଲା ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ଏହି ବିଶ୍ୱାସ ଦୃଢ଼ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭିବିଏସୱାଇ ଅନ୍ୟ କୌଣସି ଜିନିଷ ଅପେକ୍ଷା ଲୋକଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି ପିଲାଙ୍କ ଆତ୍ମବିଶ୍ୱାସରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭିବିଏସୱାଇ ଗସ୍ତ ସମୟରେ ଜଣେ ହିତାଧିକାରୀ ତଥା ଲକ୍ଷପତି ଦିଦି ଶ୍ରୀମତୀ ଚନ୍ଦା ଦେବୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମଧ୍ୟ ପ୍ରଶଂସା କରିଥିଲେ । ଭିବିଏସୱାଇ ବିଷୟରେ ତାଙ୍କର ଶିକ୍ଷଣ ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭିବିଏସୱାଇ ହେଉଛି ସର୍ବସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଏକ ଭ୍ରାମ୍ୟମାଣ ବିଶ୍ୱବିଦ୍ୟାଳୟ” ।

ସହରର ସୌନ୍ଦର୍ଯ୍ୟକରଣର ଉପକାରିତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ର ଭାବେ କାଶୀର ଗୌରବ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ମରାମତି ପରେ କାଶୀ ବିଶ୍ୱନାଥ ଧାମରେ ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିବାରୁ ପର୍ଯ୍ୟଟନ କ୍ଷେତ୍ର ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ସେ ସୂଚନା ଦେଇଛନ୍ତି । ବିଦେଶ ଯିବା ପାଇଁ ଯୋଜନା କରିବା ପୂର୍ବରୁ ଦେଶ ଭିତରେ ଥିବା ୧୫ଟି ଗନ୍ତବ୍ୟସ୍ଥଳ ପରିଦର୍ଶନ କରିବା ପାଇଁ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ଉପଦେଶ ବିଷୟରେ ସେ ଲୋକଙ୍କୁ ମନେ ପକାଇଥିଲେ । ଲୋକମାନେ ଘରୋଇ ପର୍ଯ୍ୟଟନକୁ ଆପଣାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଇଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥା ଏବଂ ସହର ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ୱେବସାଇଟ୍ ‘କାଶୀ’ ର ଶୁଭାରମ୍ଭ କରିବା ସମେତ ପର୍ଯ୍ୟଟନ ସୁବିଧାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଗଙ୍ଗା ଘାଟ, ଅତ୍ୟାଧୁନିକ ବସ୍ ଆଶ୍ରୟସ୍ଥଳୀ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସୁବିଧା ପାଇଁ ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ ।

ରେଳବାଇ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଏବଂ ପଶ୍ଚିମ ମାଲ ପରିବହନ କରିଡରର ଲୋକାର୍ପଣ, ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁରର ଉଦଘାଟନ ବିଷୟରେ କହିଥିଲେ । ସ୍ଥାନୀୟ କାରଖାନାରେ ନିର୍ମିତ ୧୦,୦୦୦ତମ ରେଳ ଇଞ୍ଜିନ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସୌର ଶକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଚିତ୍ରକୁଟରେ ୮୦୦ ମେଗାୱାଟ ସୌର ଶକ୍ତି ପାର୍କ ଉତ୍ତର ପ୍ରଦେଶରେ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ସେ କହିଛନ୍ତି । ଦେଓରାଇ ଏବଂ ମିର୍ଜାପୁରରେ ପେଟ୍ରୋଲ ଡିଜେଲ, ବାୟୋ – ସିଏନ୍ଜି ଏବଂ ଇଥାନଲ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦର ଆବଶ୍ୟକତା ପୂରଣ ହେବ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ପ୍ରାଥମିକତା ଭାବରେ ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ଲୋକ ମାନଙ୍କର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଗୁଡିକ ମୋ ପାଇଁ କେବଳ ଚାରିଟି ଜାତି ଏବଂ ସେମାନଙ୍କୁ ମଜବୁତ କରିବା ଦ୍ୱାରା ଦେଶ ସୁଦୃଢ଼ ହେବ, ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହି ବିଶ୍ୱାସ ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକ ମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ପିଏମ୍ କିଷାନ ସ୍ୱନିଧି ଭଳି ଯୋଜନା ଯାହା ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି, କିଷାନ କ୍ରେଡିଟ୍ କାର୍ଡ, ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଏବଂ କିଷାନ ଡ୍ରୋନ ଯୋଜନା ଯାହା ସାର ସିଞ୍ଚନକୁ ସହଜ କରିବ ଇତ୍ୟାଦି ବିଷୟରେ ଉଲ୍ଲେଖ କରିଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବରେ ଶୁଭକାମନା ଜଣାଇଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଯୁଦ୍ଧବିରତି ଶେଷ ପରେ ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ
କୋଲକାତା ସମେତ ଅନେକ ଜିଲ୍ଲାରେ ଇଡି ରେଡ୍, ବାଲି ଚୋରାଚାଲାଣ ମାମଲାରେ ଚଢାଉ
ଭାରତୀୟ LPG ଟ୍ୟାଙ୍କର୍ ଶିବାଲିକ୍ ହରମୁଜ୍ ପ୍ରଣାଳୀ ପାର କରି ମୁନ୍ଦ୍ରାରେ ପହଞ୍ଚିଲା
ଅବକି ବାର ମୋଦି ସରକାର ପଛରେ ସ୍ଵର ପିୟୁଷ ପାଣ୍ଡେଙ୍କ ଦେହାନ୍ତ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶ୍ରଦ୍ଧାଞ୍ଜଳି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା ଯୋଜନା : କଳାହାଣ୍ଡିରୁ ୨୧୦ ଜଣ ନାସିକ ଓ ସିରିଡି ଯାତ୍ରା
Next Article ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ରେଡ୍
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?