ଲଖନଉ, ୨୦ ଡିସେମ୍ବର(ହି.ସ.) – ଉତରପ୍ରଦେଶର ଯୋନୀ ସରକାର ରାଜ୍ୟର ଚାରି ବଡ଼ ଏକ୍ସପ୍ରେସ-ୱେଜର ପବ୍ଲିକ୍ ଚାର୍ଜିଂ ଷ୍ଟେସନ ବନାଇବାକୁ ଯାଉଛି । ୟୁପିଡା ପକ୍ଷରୁ ଏହାକୁ ନେଇ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିନିଆଯାଇଛି । ଏହା ଅନ୍ତର୍ଗତ ବୁନ୍ଦେଲଖଣ୍ଡ, ପୂର୍ବାଂଚଳ, ଆଗ୍ରା-ୠକ୍ଷେ୍ଣø ଏବଂ ଗୋରଖପୁର ଲିଙ୍କ ଏକ୍ସପ୍ରେସୱେରେ ମୋଟ ୨୬ ପବ୍ଲିକ୍ ଚାର୍ଜିଂ ଷ୍ଟେସନ ତିଆରି କରାଯିବ ।
ରାଜ୍ୟ ସରକାରଙ୍କ ଏକ ପ୍ରବକ୍ତା କହିଛନ୍ତି ଯେ ଏହି ପବ୍ଲିକ୍ ଚାର୍ଜିଂ ଷ୍ଟେସନକୁ ରାଜ୍ୟର ଇବି ପଲିସି ଏବଂ ଭାରତ ସରକାରର ଶକ୍ତି ମନ୍ତ୍ରାଳୟର ଗାଇଡଲାଇନ୍ ଅନୁରୂପ ପ୍ରସ୍ତୁତ କରାଯିବ । ଏହାବ୍ୟତୀତ ଏକ୍ସପ୍ରେସ-ୱେଜ କଡ଼ରେ ସରକାର ଅନ୍ୟ ଯାତ୍ରୀ ସୁବିଧାକୁ ମଧ୍ୟ ବିକଶିତ କରିବ ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………/ସମନ୍ୱୟ
