• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନର ବ୍ୟାପକ ବ୍ୟବସାୟିକ ସଫଳତା
National

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନର ବ୍ୟାପକ ବ୍ୟବସାୟିକ ସଫଳତା

CliQ INDIA
Last updated: November 19, 2025 8:56 am
CliQ INDIA
Share
3 Min Read
SHARE

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)-ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଖୋଲାଯାଇଥିବା ଓଡିଶା ପାଭିଲିୟନ ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି ।

ଚଳିତ ବର୍ଷର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ, ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡିଶାର କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ, ଦେଶ ବିଦେଶର ବଡ଼ବଡ଼ ବ୍ୟବସାୟୀ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରୁଛି ।ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଏବଂ ‘ଆତ୍ମନିର୍ଭର ଭାରତ’ ଆହ୍ୱାନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ‘ଓଡିଶା ଭିଜନ ୨୦୩୬’ ପାଇଁ ଶିଳ୍ପାୟନ ଓ ପୁଞ୍ଜି ବିନିଯୋଗ ମାର୍ଗଦର୍ଶନର ପ୍ରତିଫଳନ ସ୍ୱରୂପ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ପ୍ରଥମ ପାଞ୍ଚ ଦିନ ଅର୍ଥାତ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ବ୍ୟବସାୟିକ ଅବଧିରେ ଓଡିଶା ପାଭିଲିୟନ ଏହି ସଫଳତା ହାସଲ କରିଛି ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏହି ବ୍ୟବସାୟିକ ଅବଧିରେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଓଡିଶା ପାଭିଲିୟନରେ ଅଂଶଗ୍ରହଣ କରିଥିବା ବରଗଡ଼ର ଗୌମୟ ପେଂଟସ ଇତିମଧ୍ୟରେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଂଟସ, ନୂଆଦିଲ୍ଲୀର ଏ.ଏଲ୍‌.ଏମ୍‌. ଏଂଟରପ୍ରାଇଜେସ ଓ ଆର.କେ.ଜି.ଡି. ଏଣ୍ଟରପ୍ରାଇଜେସ ସହିତ ବାର୍ତାଳାପ କରିଥିବା ବେଳେ, ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିମିଟେଡ ସହିତ ବ୍ୟବସାୟିକ ଆଲୋଚନା କରିଛନ୍ତି। ସେହିପରି, ବ୍ରହ୍ମପୁରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ସହିତ ବାର୍ତାଳାପ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୃଷି ଉତ୍ପାଦକ ସଂଘର ଷ୍ଟଲ କେରଳ ରାଜ୍ୟ ସହିତ ଏବଂ ଓରମାସ ତରଫରୁ ତୁମ୍ବା ହସ୍ତଶିଳ୍ପକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡ଼ାର ପ୍ରେରଣା ସ୍ୱୟଂ ସହାୟକ ଗୋଷ୍ଠୀ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରୋଡ଼କ୍ଟ ସହିତ ବାର୍ତାଳାପ କରିଛନ୍ତି ।

ଏତଦବ୍ୟତୀତ, ଧାନ କଳାକୃତି, ସଉରା ଓ ଗଣ୍ଡ ଜନଜାତି ଚିତ୍ରକଳା, କୋରାପୁଟ କଫି ଓ ଜନଜାତି ସମୁଦାୟଙ୍କ ଦ୍ୱାରା ସଂଗୃହିତ, ଉତ୍ପାଦିତ ଓ ପ୍ରକ୍ରିୟାକୃତ ସାମଗ୍ରୀକୁ ନେଇ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବିଭାଗ ତରଫରୁ ଅଂଶଗ୍ରହଣ କରିଥିବା ଷ୍ଟଲ ସମେତ ଓରମାସ ଓ ମିଶନ ଶକ୍ତି ଆନୁକୂଲ୍ୟରେ ଅଂଶଗ୍ରହଣ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ବିଭିନ୍ନ ସୁଦୃଶ୍ୟ ସାମଗ୍ରୀ ମଧ୍ୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ରାଜ୍ୟ ଓ ଦେଶସମୂହର ବ୍ୟବସାୟୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କର୍ମକର୍ତ୍ତାଙ୍କ ସହିତ ଓଡ଼ିଶା ପାଭିଲିୟନକୁ ଆସି ସାମଗ୍ରୀ ଗୁଡିକର ଉତ୍ପାଦନ, ଯୋଗାଣ ଓ ବିତରଣ ସମ୍ପର୍କରେ ଷ୍ଟଲ୍ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛନ୍ତି । ପାଭିଲିୟନର ସାମଗ୍ରୀକ ଦାୟିତ୍ୱରେ ଥିବା ଅଧିକାରୀମାନେ ଉଭୟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟିଜନକ ଉଚ୍ଚମାନର ସହଯୋଗ ପ୍ରଦାନ କରିବା ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ସାମଗ୍ରୀ ପ୍ରତି ସେମାନଙ୍କ ଆଭିମୂଖ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ଆଜି ବିହାର ଓ ପଶ୍ଚିମବଙ୍ଗକୁ ଦେବେ 12ହଜାର କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ ପିଏମ ମୋଦି
ଆଜି ପୀୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ରପ୍ତାନୀ ବୃଦ୍ଧି ପ୍ରଣାଳୀ ଉପରେ ବ୍ୟାପାର ବୋର୍ଡ ସହ ଆଲୋଚନା
ରାୟପୁର: ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଂଟ ରାଜ୍ୟପାଳ ମନୋଜ ସିହ୍ନା ରାଜ୍ୟପାଳ ରାମେନ ଡେକାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ
ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ବୋମାରେ ଉଡାଇବାକୁ ଧମକ ପରେ ଚେନ୍ନାଇରେ ହାଇଆଲର୍ଟ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ପୋଲିସର ତଲାସୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ରାଉଲକେଲା ସ୍ମାର୍ଟ ସିଟିର ୩୧ତମ ବୋର୍ଡ ବୈଠକ ଅନୁଷ୍ଠିତ
Next Article ସୁବର୍ଣ୍ଣପୁର ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଲା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?