• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ
National

ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ

CliQ INDIA
Last updated: October 21, 2023 4:31 pm
CliQ INDIA
Share
5 Min Read
SHARE

● ମୂଲ୍ୟ ସ୍ଥିରତା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ

Contents
ଚିନିଚାଉଳ

ନୂଆଦିଲ୍ଲୀ, 20 ଅକ୍ଟୋବର – କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ବିଭିନ୍ନ ସାମଗ୍ରୀର ମୂଲ୍ୟକୁ ସ୍ଥିର ରଖିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବାରୁ ପାର୍ବଣ ଋତୁରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ।

ଚିନି

ବର୍ଷ ସାରା ଉପଯୁକ୍ତ ମୂଲ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନି ରପ୍ତାନି ଉପରେ ‘ପ୍ରତିବନ୍ଧକ’ ଜାରି ରଖିଛନ୍ତି। ଏହା ଦ୍ୱାରା ଦେଶରେ ଚିନିର ଯଥେଷ୍ଟ ଷ୍ଟକ୍ ସୁନିଶ୍ଚିତ ହେବ ଏବଂ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ସବୁଜ ଇନ୍ଧନ ଦିଗରେ ଭାରତର ପ୍ରୟାସରେ ସ୍ଥିରତା ବଜାୟ ରହିବ।

ଡିଜିଏଫଟି ଏହାର ବିଜ୍ଞପ୍ତି ନଂ ୩୬/୨୦୨୩ ତାରିଖ ୧୮ ଅକ୍ଟୋବର ୨୦୨୩ ଜରିଆରେ ଭାରତ ସରକାର ଏଚଏସ କୋଡ୍ ୧୭୦୧ ୧୪ ୯୦ ଏବଂ ୧୭୦୧୯୯୯୦ ଅଧୀନରେ ଚିନି (କଞ୍ଚା ଚିନି, ଧଳା ଚିନି, ରିଫାଇଣ୍ଡ ଚିନି ଏବଂ ଜୈବିକ ଚିନି)ର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାର ତାରିଖକୁ ୩୧ ଅକ୍ଟୋବର, ୨୦୨୩ ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହି ନୀତି ମାଧ୍ୟମରେ ସରକାର ପୁଣି ଥରେ ୧୪୦ କୋଟି ଘରୋଇ ଉପଭୋକ୍ତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଦିଗରେ ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି ଏବଂ ସେମାନଙ୍କ ପାଇଁ ଚିନି ଉପଲବ୍ଧତାରେ କୌଣସି ପ୍ରତିବନ୍ଧକ ନାହିଁ । ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବଜାରରେ ଚିନି ଦର ୧୨ ବର୍ଷ ର ସର୍ବୋଚ୍ଚ ସ୍ତରରେ ଥିବା ସତ୍ତ୍ୱେ ଭାରତରେ ଚିନି ବିଶ୍ୱର ସବୁଠାରୁ ରହିଛି ଶସ୍ତା ଏବଂ ଦେଶରେ ଖୁଚୁରା ଚିନି ମୂଲ୍ୟରେ କେବଳ ନାମମାତ୍ର ବୃଦ୍ଧି ଘଟିଛି, ଯାହା କୃଷକମାନଙ୍କ ପାଇଁ ଆଖୁର ଏଫଆରପି ବୃଦ୍ଧି ସହିତ ସମାନ । ଗତ ୧୦ ବର୍ଷ ମଧ୍ୟରେ ଖୁଚୁରା ଚିନି ଦରର ହାରାହାରି ମୁଦ୍ରାସ୍ଫୀତି ବାର୍ଷିକ ପ୍ରାୟ ୨% ରହିଛି।

ଏହାବ୍ୟତୀତ ଘରୋଇ ବଜାରରେ ପର୍ଯ୍ୟାପ୍ତ ପରିମାଣର ଚିନି ର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ଚିନି କଳଗୁଡ଼ିକର ମାସିକ ମାଲ୍ ପ୍ରେରଣ ଉପରେ ନଜର ରଖିଛନ୍ତି । ଏହାବ୍ୟତୀତ ସମସ୍ତ ବ୍ୟବସାୟୀ/ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ, ବଡ଼ ଖୁଚୁରା ବ୍ୟବସାୟୀ, ପ୍ରୋସେସର ଅଫ୍ ସୁଗାରକୁ ପୋର୍ଟାଲରେ ସେମାନଙ୍କର ଚିନି ଷ୍ଟକ୍ ସ୍ଥିତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚିନି କ୍ଷେତ୍ରର ଉନ୍ନତ ତଦାରଖ ସୁନିଶ୍ଚିତ କରିବା ଏବଂ ବଜାରରେ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

ବେଆଇନ ଭାବେ ମହଜୁଦ କରି ରଖିବା ଓ ଗୁଜବକୁ ରୋକି ସନ୍ତୁଳିତ ଓ ନିରପେକ୍ଷ ଚିନି ବଜାର ବଜାୟ ରଖିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ଚିନି ଯେପରି ଦେଶର ସମସ୍ତ ଉପଭୋକ୍ତାଙ୍କ ପାଇଁ ସୁଲଭ ରହିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସ କରାଯାଇଛି । ସରକାରଙ୍କ ସକ୍ରିୟ ପଦକ୍ଷେପ ଏକ ସ୍ଥିର ଏବଂ ସମାନ ଚିନି ବଜାର ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସମର୍ପଣକୁ ସୂଚାଇଥାଏ ।

ଏହି ଚିନି ରପ୍ତାନି ନୀତି ଚିନି ଭିତ୍ତିକ ଫିଡଷ୍ଟକରୁ ଇଥାନଲ ଉତ୍ପାଦନ ଦିଗରେ ଦୀର୍ଘସ୍ଥାୟୀତ୍ବ ମଧ୍ୟ ସୁନିଶ୍ଚିତ କରିବ । ଇଥାନଲ ଋତୁ ୨୦୨୨-୨୩ରେ ଭାରତ ପ୍ରାୟ ୪୩ ଲକ୍ଷ ମେଟ୍ରିକ୍ ଟନ୍ ଚିନିକୁ ଇଥାନଲ୍ ପ୍ରସ୍ତୁତି ପାଇଁ ପଠାଯାଇଛି, ଯାହା ଚିନି ଭିତ୍ତିକ ଡିଷ୍ଟିଲରୀଗୁଡ଼ିକ ପାଇଁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ରାଜସ୍ୱ ଚିନି ଶିଳ୍ପକୁ ଚାଷୀଙ୍କ ଆଖୁ ବକେୟା ଠିକ୍ ସମୟରେ ପରିଶୋଧ କରିବା ଏବଂ ଚିନି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

ଆଖୁ ଏବଂ ଚିନି ଉପରେ ଉପଯୁକ୍ତ ସରକାରୀ ନୀତି ବଳରେ ଚିନି କଳଗୁଡ଼ିକ ପ୍ରାୟ ୧.୦୯ ଲକ୍ଷ କୋଟି ଟଙ୍କା ର ବକେୟା ଦେୟ ପ୍ରଦାନ କରିଛନ୍ତି । ଚିନି ଋତୁ ୨୦୨୨-୨୩ର ଆଖୁ ବକେୟାର ୯୫% ରୁ ଅଧିକ ପରିଶୋଧ କରାଯାଇଛି ଏବଂ ପୂର୍ବ ଋତୁର ୯୯.୯% ଆଖୁ ବକେୟା ପରିଶୋଧ କରାଯାଇଛି। ତେଣୁ ଆଖୁ ବକେୟା ପରିମାଣ ସର୍ବକାଳୀନ ନିମ୍ନସ୍ତରରେ ରହିଛି ଏବଂ ବକେୟା ଅର୍ଥ ମଧ୍ୟ ଯଥାଶୀଘ୍ର ପ୍ରଦାନ କରିବାକୁ ପ୍ରୟାସ କରାଯାଉଛି।

ଚାଉଳ

ଘରୋଇ ଦର ନିୟନ୍ତ୍ରଣ ଏବଂ ଘରୋଇ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଭାରତରୁ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି। ୨୦୨୨ ସେପ୍ଟେମ୍ବର ୯ ତାରିଖରେ ଭଙ୍ଗା ଚାଉଳ ରପ୍ତାନି କୁ ନିଷିଦ୍ଧ କରାଯାଇଥିଲା ଏବଂ ଅଣ-ବାସମତୀ ଧଳା ଚାଉଳ ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦ ଜୁଲାଇ ୨୦୨୩ରେ ଅଣ-ବାସମତୀ ଧଳା ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ୧୭.୮ ନିୟୁତ ଟନ୍ ଅଣ-ବାସମତୀ ଚାଉଳ ଏବଂ ୪.୬ ନିୟୁତ ଟନ୍ ବାସମତୀ ରପ୍ତାନି କରିଛି। ଅଣ-ବାସମତୀ ଚାଉଳ ରପ୍ତାନି ମଧ୍ୟରୁ ପ୍ରାୟ ୭.୮-୮ ନିୟୁତ ଟନ୍ ଉଷୁନା ଚାଉଳ ରପ୍ତାନି କରାଯାଇଥିଲା | ୨୦୨୩ ଅଗଷ୍ଟ ୨୫ ତାରିଖରୁ ଉଷୁନା ଚାଉଳ ରପ୍ତାନି ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ପ୍ରଥମେ ୨୦୨୩ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ଶୁଳ୍କ ଲାଗୁ କରାଯାଇଥିବା ବେଳେ ଏବେ ଏହାକୁ ୩୧ ମାର୍ଚ୍ଚ ୨୦୨୪ କୁ ବୃଦ୍ଧି କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଚାଉଳର ମୂଲ୍ୟବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ଏବଂ ଘରୋଇ ବଜାରରେ ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ହେଉଛି ଚାଉଳ ଉପରେ ଶୁଳ୍କ ବ୍ୟବସ୍ଥାକୁ ବୃଦ୍ଧି କରିବାର ଉଦ୍ଦେଶ୍ୟ । ଚଳିତ ବର୍ଷ ଅଗଷ୍ଟ ମାସରେ ସରକାର ନେଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟମୂଳକ ପ୍ରଭାବ ଦେଖିବାକୁ ମିଳିଛି, କାରଣ ଉଷୁନା ଚାଉଳ କ୍ଷେତ୍ରରେ ପରିମାଣ ଦୃଷ୍ଟିରୁ ୬୫.୫୦% ଏବଂ ମୂଲ୍ୟ ଦୃଷ୍ଟିରୁ ୫୬.୨୯% ହ୍ରାସ ଘଟିଛି। ଏହାବ୍ୟତୀତ ଅନ୍ୟ କୌଣସି ପ୍ରକାରର ଚାଉଳ ଯେପରି ଚାଉଳ ରପ୍ତାନି ହୋଇପାରିବ ନାହିଁ ସେଥିପାଇଁ ବର୍ହିଶୁଳ୍କ କର୍ତ୍ତୃପକ୍ଷଙ୍କୁ କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅଣ-ବାସମତୀ ଧଳା ଚାଉଳ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ନିର୍ଦ୍ଦିଷ୍ଟ ଦେଶକୁ ନିର୍ଦ୍ଦିଷ୍ଟ ପରିମାଣର ଅଣ-ବାସମତୀ ଧଳା ଚାଉଳ ରପ୍ତାନି ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ଚାଉଳ ରପ୍ତାନି ପାଇଁ ଯୋଗ୍ୟ ଦେଶମାନଙ୍କ ମଧ୍ୟରେ ନେପାଳ (୯୫,୦୦୦ ମେଟ୍ରିକ ଟନ୍), କାମେରୁନ୍ (୧,୯୦,୦୦୦ ମେଟ୍ରିକ୍ ଟନ୍), ମାଲେସିଆ (୧,୭୦,୦୦୦ ମେଟ୍ରିକ୍ ଟନ୍), ଫିଲିପାଇନ୍ସ (୨,୯୫,୦୦୦ ମେଟ୍ରିକ୍ ଟନ୍), ସେସେଲ୍ସ (୮୦୦ ମେଟ୍ରିକ୍ ଟନ୍), କୋର୍ ଡି’ଆଇଭୋର (୧,୪୨,୦୦୦ ମେଟ୍ରିକ୍ ଟନ୍) ଏବଂ ରିପବ୍ଲିକ୍ ଅଫ୍ ଗିନି (୧,୪୨,୦୦୦ ମେଟ୍ରିକ୍ ଟନ୍), ୟୁଏଇ (୭୫,୦୦୦ ମେଟ୍ରିକ୍ ଟନ୍), ଭୂଟାନ (୭୯,୦୦୦ ମେଟ୍ରିକ୍ ଟନ୍), ସିଙ୍ଗାପୁର (୫୦,୦୦୦ ମେଟ୍ରିକ୍ ଟନ୍) ଏବଂ ମରିସସ (୧୪,୦୦୦ ମେଟ୍ରିକ ଟନ) ରହିଛି ।

You Might Also Like

ସାଂସଦଙ୍କ ନିଲମ୍ବନ ବିରୋଧରେ ବିରୋଧୀ କଲେ ପ୍ରଦର୍ଶନ
ଆଜି ଭୋପାଳରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ
ଉପରାଷ୍ଟ୍ରପତି ପଦ ମୋତେ ଦିଆଯାଇଥିବା ସମ୍ମାନ ନୁହେଁ ବରଂ ସମସ୍ତ ତାମିଲ ଓ କୋଏମ୍ବାଟୁରକୁ ଦିଆଯାଇଥିବା ସମ୍ମାନ ଅଟେ- ସିପି ରାଧାକୃଷ୍ଣନ
ଏୟାରବସ୍ ଏ-320 ବିମାନରେ ଯାନ୍ତ୍ରିକ ତ୍ରୁଟି, ଇଣ୍ଡିଗୋ-ଏୟାର ଇଣ୍ଡିଆ ସମେତ ଇଣ୍ଡିଆନ ଏୟାରଲାଇନ୍ସର ଉଡାଣ ପ୍ରଭାବିତ, ନିର୍ଦ୍ଦେଶାବଳୀ ଜାରି
ନେପାଳ ଦେଇ ବିହାରରେ ପ୍ରବେଶ କରୁଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କ ସୂଚନା ପରେ ହାଇ ଆଲର୍ଟ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବୃଦ୍ଧି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ”ଉତ୍ସାହ” ଅନୁଷ୍ଠିତ
Next Article ମାଲକାନଗିରି ଜିଲ୍ଲାର ମୂଳ ନିବାସୀଙ୍କ ସମସ୍ୟାର ଆଶୁ ସମାଧନ ନିମନ୍ତେ ସମାଜ ସେବୀଙ୍କ ଦାବୀପତ୍ର ପ୍ରଦାନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?