କାଠୁଆ, 15 ଅକ୍ଟୋବର – ଆଜି କାଠୁଆ ଷ୍ଟାଡିୟମରେ ଆୟୋଜିତ କାଠୁଆ ବିଭାଗର ସ୍ୱୟଂସେବକମାନଙ୍କ ସମାବେଶ କାର୍ଯ୍ୟକ୍ରମକୁ ରଷ୍ଟ୍ରୀିୟ ସ୍ୱୟଂସେବକ ସଂଘର ସରସଂଘଚାଲକ ଡକ୍ଟର ମୋହନ ଭଗବତ ସମ୍ବୋଧିତ କରିବେ । ଡକ୍ଟର ଭଗବତଙ୍କ କାଠୁଆ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା କରିଛି ।
ପ୍ରଚାର ବିଭାଗ ଅନୁଯାୟୀ ଡକ୍ଟର ଭାଗବତ ଶୁକ୍ରବାର ଠାରୁ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି । ଡକ୍ଟର ଭାଗବତ ଶନିବାର ଜାମ୍ମୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରବିବାର ଦିନ ସଂଗଠନର ମୁଖ୍ୟ କାଠୁଆର ମୁଖାର୍ଜୀ ଚୌକ୍ସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । କାଠୁଆ ଷ୍ଟାଡିୟମରେ ଆୟୋଜିତ ସମାବେଶ କାର୍ଯ୍ୟକ୍ରମ ପରେ ସେ ନିକଟ ଗ୍ରାମ ଜାଖଖକବଡରେ ଭାରତ ମାତାଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିବେ । ଏହା ପରେ ଗ୍ରାମବାସୀଙ୍କୁ ଭେଟିବା ପାଇଁ ତାଙ୍କର ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
