ନୂଆଦିଲ୍ଲୀ, 12 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ଅଲ୍ଲୂରୀ ସୀତାରାମ ରାଜୁ ଜିଲ୍ଲାରେ ହୋଇଥିବା ବସ ଦୁର୍ଘଟଣାରେ
ନଅ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ପୀଡିତ
ପରିବାରମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତମାନେ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା
କରିଛନ୍ତି ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଜନଙ୍କୁ
ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50 ହଜାର ଟଙ୍କା
ଅନୁଗ୍ରହ ରାଶି ଦିଆଯିବ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ
ଏକ୍ସ ପୋଷ୍ଟରେ କହିଛି ଯେ ଅଲ୍ଲୂରୀ ସୀତାରାମ ରାଜୁ ଜିଲ୍ଲାରେ ହୋଇଥିବା ବସ ଦୁର୍ଘଟଣାରେ ଜୀବନ
ହାରାଇଥିବା ଲୋକମାନଙ୍କ ପାଇଁ ଗଭୀର ଦୁଃଖିତ। ଏହି କଠିନ ସମୟରେ ପ୍ରଭାବିତ ପରିବାର ସହିତ ମୋର
ସମବେଦନା ରହିଛି । ସେ ଆହତମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରତ୍ୟେକ
ମୃତକଙ୍କ ପରିଜନଙ୍କୁ ପିଏମଏନଆରଏଫରୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50 ହଜାର ଟଙ୍କା
ଦିଆଯିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
