ଢାକା, 2 ଡିସେମ୍ବର (ହି.ସ.)
– ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ
ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷ ଖାଲିଦା ଜିଆଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ
ରହିଛି। ଅଶି ବର୍ଷୀୟ ଖାଲିଦାଙ୍କୁ ରାଜଧାନୀର ଏଭରକେୟାର୍ ହସ୍ପିଟାଲରେ ଜୀବନ ରକ୍ଷକ ପ୍ରଣାଳୀ
(ଭେଣ୍ଟିଲେଟର୍) ଉପରେ ରଖାଯାଇଛି। ଦେଶର ଅନ୍ତର୍ବର୍ତ୍ତୀ ସରକାର ତାଙ୍କ ସ୍ୱାସ୍ଥ୍ୟର
ଗୁରୁତରତାକୁ ଦୃଷ୍ଟିରେ ରଖି,
ତୁରନ୍ତ ପ୍ରଭାବରୁ
ତାଙ୍କୁ ଭିଭିଆଇପି (ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି) ଘୋଷଣା କରିଛି। ତାଙ୍କୁ ବିଶେଷ
ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ
ବାର୍ତ୍ତାରେ ଖାଲିଦା ଜିଆଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି।
ଏହା ମଧ୍ୟରେ ଏମିତି ସଙ୍କେତ ମିଳିଛି ଯେ, ଲଣ୍ଡନରେ ରହୁଥିବା
ତାଙ୍କ ପୁଅ ତାରିକ ରହ୍ମାନ୍ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ନ୍ୟୁଜ ପୋର୍ଟାଲ୍ ବିଏସଏସର ଖବର ଅନୁସାରେ, ପାର୍ଟିର ସ୍ଥାୟୀ
କମିଟି ସଦସ୍ୟ ସାଲାହୁଦ୍ଦିନ୍ ଆହମଦ ସୋମବାର କହିଥିଲେ ଯେ, କାର୍ଯ୍ୟବାହୀ ଅଧ୍ୟକ୍ଷ ତାରିକ ରହ୍ମାନ୍ ଶୀଘ୍ର ହିଁ
ଦେଶକୁ ଫେରିଆସିବେ। ସେ ଏହି ସୂଚନା ରାତିରେ ଗୁଲ୍ଶାନ୍ ଥିବା ଖାଲିଦା ଜିଆଙ୍କ କାର୍ଯ୍ୟାଳୟରେ
ହୋଇଥିବା ବୈଠକ ପରେ ସାଂବାଦିକଙ୍କୁ ଦେଇଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
