ଭୁବନେଶ୍ୱର, 1 ଡିସେମ୍ବର (ହି.ସ.)- ନାଗାଲାଣ୍ଡବାସୀଙ୍କୁ
ରାଜ୍ୟର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନାଗାଲ୍ୟାଣ୍ଡର ରାଜ୍ୟଦିବସ ଉପଲକ୍ଷେ ନାଗାଲ୍ୟାଣ୍ଡବାସୀଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା।
ସେବା, ସାହସ ଏବଂ କରୁଣାରେ ଭିତିଷ୍ଠ ଗୌରବମୟ ନାଗା ସଂସ୍କୃତି ସମଗ୍ର ଦେଶରେ
ପ୍ରଶଂସିତ। ନାଗାଲ୍ୟାଣ୍ଡର ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଜମାନଙ୍କ ସ୍ବତନ୍ତ୍ର ପରିଚୟ
ସୃଷ୍ଟି କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ଏଭଳି ଭାବେ ସମୃଦ୍ଧି ଓ ଅଗ୍ରଗତି ସହ ଆଗକୁ ବଢ଼ୁ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
