ଭୁବନେଶ୍ୱର, 30 ନଭେମ୍ବର (ହି.ସ.)- ବେଆଇନ ଖଣି ଖନନ ଓ ବାଣିଜ୍ୟ, ପରିବହନ ଏବଂ ସଂରକ୍ଷଣ ରୋକିବାକୁ ସ୍ୱତନ୍ତ୍ର ଗାଇଡ଼
ଲାଇନ ଜାରି କଲେ ରାଜ୍ୟ ସରକାର । ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ଗାଇଡ଼
ଲାଇନ । ଜାରି କରାଯାଇଥିବା ଗାଇଡ଼ ଲାଇନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
। ଖଣି ଏବଂ ପରିବହନ କାର୍ଯ୍ୟକଳାପର ପ୍ରକୃତ-ସମୟ ମନିଟରିଂ ଏବଂ ରେକର୍ଡିଂ, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ, ଫେସ ରିଡିଙ୍ଗି ବା ଯାନର ଗତି ଚିହ୍ନଟ ପାଇଁ ଲାଗିବ
ଏଆଇ କ୍ୟାମେରା । ନିର୍ମାଣ ହେବ ଡିଜିଟାଲ ଚେକ ପୋଷ୍ଟ । ଚେକ୍ ପୋଷ୍ଟ’ ରେ ଖଣିଜ ପଦାର୍ଥ ପରିବହନର ତଦାରଖ ଏବଂ ନିୟନ୍ତ୍ରଣ
ପାଇଁ ଡିଜିଟାଲ୍ ଚେକ୍ ପଏଣ୍ଟ କରାଯିବ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
