ବଲାଙ୍ଗିର, 27 ନଭେମ୍ବର (ହି.ସ.)
ଆଜି ଠାରୁ ୪ ଦିନ ପାଇଁ ବଲାଙ୍ଗିର ରେ ଅନୁଷ୍ଟିତ ହେବ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା (୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା) ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୭ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପ୍ରତିଯୋଗିତାରେ ଫୁଟବଲ୍ ପାଇଁ ୫୩୬, ଫେନସିଂ ପାଇଁ ୭୪ ଏବଂ ଥାଙ୍ଗ୍ ଟା ପାଇଁ ୩୭ ଜଣ ଏବଂ ୨୫୦ ଜଣ ବୈଷୟିକ ଅଧିକାରୀ ସମେତ ପ୍ରାୟ ୮୯୭ ଜଣ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା ବିଭିନ୍ନ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ, ଫୁଟବଲ ପାଇଁ ଗାନ୍ଧୀ ଷ୍ଟାଡିୟମ, ଆର.ଏନ. ସିଂହ ଦେଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୃଥିରାଜ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ, ଟାଉନ୍ ସରକାରୀ ହାଇସ୍କୁଲ ଖେଳପଡ଼ିଆ ଏବଂ ମିଶନ ଖେଳପଡ଼ିଆ, ସାଇଟ୍ ଖେଳପଡ଼ିଆ, ସଦାଇପାଲି, ଖୁଜେନପାଲି ଖେଳପଡ଼ିଆ ଠାରେ ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହେବ । ସେହିପରି ଫେନସିଂ ଏବଂ ଥାଙ୍ଗ୍ ଟା ପାଇଁ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର ଆୟୋଜନ ହେବ ।ଉଦଘାଟନୀ ସମାରୋହ ଆଜି ୨୭.୧୧.୨୦୨୫ (ଗୁରୁବାର) ଅପରାହ୍ନ ୦୩.୦୦ ଟାରେ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ, ୨୯.୧୧.୨୦୨୫ ଅପରାହ୍ନ ୦୫.୦୦ ଟାରେ ବଲାଙ୍ଗୀରର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଫେନସିଂ ଏବଂ ଥାଙ୍ଗ୍ ଟା ପାଇଁ ସମାପନ ଉତ୍ସବ ଏବଂ ୩୦.୧୧.୨୦୨୫ ଅପରାହ୍ନ ୧୨.୩୦ ଟାରେ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ୍ ପାଇଁ ସମାପନ ଉତ୍ସବ ଅନୁଷ୍ଠିତ ହେବ।
ଆଜିର ଗାନ୍ଧୀ ଷ୍ଟାଡିୟମ୍ ର ଉଦଘାଟନ ଉତ୍ସବ ରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ମୂଖ୍ୟ ଅତିଥି ଭବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
