ଭୁବନେଶ୍ୱର, 26 ନଭେମ୍ବର (ହି.ସ.)
2040 ସୁଦ୍ଧା ଚନ୍ଦ୍ରକୁ
ଯିବା ଯୋଜନା- ଶୁଭାଂଶୁ ଶୁକ୍ଲା
– ସାଇ
ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ଼ର ନବମ
ସଂସ୍କରଣରେ ଇସ୍ରୋ ଗଗନ ଯାତ୍ରା କ୍ୟାପଟେନ ମୁଖ୍ୟ ବକ୍ତା ଭାବରେ ଶୁଭାଂଶୁ ଶୁକ୍ଳା ଯୋଗ
ଦେଇଛନ୍ତି । ସେ ସ୍ପେସରେ ରହିଥିବା ସମୟରେ ତାଙ୍କ ଅନୁଭୂତି ପିଲାଙ୍କ ସହ ସେୟାର କରିଛନ୍ତି। ମୋ
ମିଶନ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହେଲା ଗଗନ ମିଶନ କାମ ଚାଲିଛି। ମୁଁ ସେଥିରେ ଗୋଟେ ପାର୍ଟ। ଲୋକ
ଯିବେ ଆଉ ଫେରିକି ଆସିବେ। 2040 ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ଏହି ଯୋଜନା ଥିବା
କହିଛନ୍ତି ଶୁଭାଂଶୁ ଶୁକ୍ଲା । 2040 ଗଗନଯାତ୍ରା ପିଲାଙ୍କୁ
ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । 7 ଟି ଗବେଷଣା ଉପରେ ଆମେ କାମ
କରିଥିଲୁ ତାହା ସଫଳ ହୋଇଛି । ବିଭିନ୍ନ ଶସ୍ୟକୁ
ନେଇ ଗବେଷଣା ହୋଇଥିଲା । ମେଥି ଦାନା ଶରୀର ହାଡ଼ ପାଇଁ ବେଶ ସହାୟ ହୋଇଥିବା ସେ କହିଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
