ମାଲକାନଗିରି, ୨୬ ନଭେମ୍ବର (ହି.ସ.)- ମାଲକାନଗିରି ହନ୍ତାଳଗୁଡ଼ା ଘାଟି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ଜଣ ଶ୍ରମିକଙ୍କ ମୃତଦେହ ସେମାନଙ୍କ ଜନ୍ମମାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଟିଗାଁରେ ପହଞ୍ଚିଛି। ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା। ମୃତ ଶ୍ରମିକମାନେ ହେଲେ ସୁନାଧର ଭତ୍ରା (୩୨), ପୂର୍ଣ୍ଣ ଭତ୍ରା (୩୦), ଜୀବନଧନ ଭତ୍ରା (୨୨), ପୁଲସିଂ ଭତ୍ରା (୨୬), ସୁନାଧର ଭତ୍ରା (୨୮) ଓ ଦୁର୍ଯ୍ୟୋଧନ ଭତ୍ରା (୨୩)। ଏମାନେ ସମସ୍ତେ ସଂପର୍କୀୟ ଭାଇ।
ହିନ୍ଦୁସ୍ଥାନସମାଚାର /ଶିବବ୍ରତ /ସ୍ୱାଗତିକା/ସମନ୍ୱୟ
