ପୁଣେ ୧୦ଅକ୍ଟୋବର (ହି.ସ.)- ଖଡକୱାସଲାସ୍ଥିତ
ଜାତୀୟ ରକ୍ଷା ଏକାଡେମୀ (ଏନଡିଏ)ରେ ଶୁକ୍ରବାର ଦିନ ସକାଳେ ପ୍ରଥମ ପର୍ଯ୍ୟାୟ କ୍ୟାଡେଟ
ଅନ୍ତରୀକ୍ଷ କୁମାର ସିଂହଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଘଟଣାର କାରଣ ନିର୍ଣ୍ଣୟ
କରିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ମୁଖପାତ୍ରଙ୍କ ଅନୁଯାୟୀଏନଡିଏରେ ତାଲିମ
ନେଉଥିବା କ୍ୟାଡେଟ ଅନ୍ତରୀକ୍ଷ କୁମାରଙ୍କୁ ତାଙ୍କ ସାଥୀ କ୍ୟାଡେଟମାନେ ତାଙ୍କ କ୍ୟାବିନରେ ମୃତ
ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଖଡକୱାସଲାର ସାମରିକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସକାଳ ୬:୩୦ ରେ ମୃତ ଘୋଷଣା କରାଯାଇଥିଲା।ଏହି ବିଷୟରେ ପରିବାର ଏବଂ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଛି।
ମୁଖପାତ୍ର ଆହୁରି କହିଛନ୍ତି ଯେ ଏନଡିଏ ସମ୍ପ୍ରଦାୟ
ଏହି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି
ଗଭୀର ସମବେଦନା ଜଣାଉଛି।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
