
ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୧ରେ ଉତ୍ତର
ପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତ କରିବେ। ବାରାଣସୀରେ ସେ ମରିସସର ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର
ରାମଗୁଲାମଙ୍କ ଆତିଥ୍ୟ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଡେରାଡୁନ ଯିବେ ଓ ସନ୍ଧ୍ୟା ସମୟରେ
ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ କ୍ଷେତ୍ରର ଆକାଶମାର୍ଗରୁ ସର୍ବେକ୍ଷଣ କରିବେ। ସର୍ବେକ୍ଷଣ ପରେ
ସେ ଅଧିକାରୀମାନଙ୍କ ସହ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ
ଅନୁଯାୟୀ, ବାରଣାସୀ ଶିଖର ସମ୍ମିଳନୀ ଭାରତ ଓ ମରିସସ ମଧ୍ୟରେ ପାରସ୍ପରିକ
ସମୃଦ୍ଧି, ସ୍ଥାୟୀ ବିକାଶ ଓ ଏକ ସୁରକ୍ଷିତ ଏବଂ ସମାବେଶମୂଳକ ଭବିଷ୍ୟତ ପାଇଁ
ସାଂଘିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ ସାବ୍ୟସ୍ତ ହେବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
