ଭୁବନେଶ୍ୱର,10 ସେପ୍ଟେମ୍ବର (ହି.ସ)- ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ, ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତୀର୍ଥଯାତ୍ରା ଟ୍ରେନ୍ ଆଜି (ବୁଧବାର)୧୧ ଘଟିକା ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ୍ ଠାରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିବ। ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି ତୀର୍ଥଯାତ୍ରା ଟ୍ରେନ୍ ର ଶୁଭାରମ୍ଭ କରାଯିବ। ଏଥିରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳର ସାଂସଦ ଏବଂ ବିଧାୟକଗଣ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଅଛି।
ଏହି ତୀର୍ଥଯାତ୍ରା ଟ୍ରେନ୍ ରେ ୬ଟି ଜିଲ୍ଲାରୁ ମୋଟ ୭୭୫ ଜଣ ବରିଷ୍ଠ ନାଗରିକଙ୍କ ସହିତ ୨୫ ଜଣ ଏସ୍କୋର୍ଟ ଅଧିକାରୀ ଯାତ୍ରା କରିବେ। ଏହି ଯୋଜନା ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଏବଂ ଟୁରିଜିମ୍ କର୍ପୋରେସନ୍ ର ସହଯୋଗରେ ପର୍ଯ୍ୟଟନ ବିଭାଗ କାର୍ଯ୍ୟକାରୀ କରୁଛି।
—————
—————
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
