
ଭୁବନେଶ୍ୱର, 20 ଜାନୁଆରୀ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଠାରୁ ସମ୍ବଲପୁର ଓ ଢେଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ରେମେଡ ଏବଂ ଢେଙ୍କାନାଳର ପଲ୍ଲିଶ୍ରୀ ମେଳା ପଡ଼ିଆ ଠାରେ ପୃଥକ ପୃଥକ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେବେ । ଏହାବ୍ୟତିତ ଜାନୁଆରୀ ୨୧ରେ ଶ୍ରୀ ପ୍ରଧାନ ସମ୍ବଲପୁରର ଧାନକଉଡା ଠାରେ ଏନଏସଡିସି ପକ୍ଷରୁ ଆୟୋଜିତ ‘କୌଶଳ ମହୋତ୍ସବ’ର ଉଦଘାଟନ କରିବେ । ଯୁବକମାନଙ୍କୁ ରୋଜଗାର ଓ ପ୍ରଶିକ୍ଷଣର ସୁଯୋଗ ଦେବା ପାଇଁ ଏହି କୌଶଳ ମହୋତ୍ସବ’ ଉଦଘାଟନ ହୋଇଯାଇଛି । ପରେ କେନ୍ଦ୍ରମନ୍ତ୍ରୀ ଅଇଁଠାପାଲି ସ୍ଥିତ ପିଏଚଡି ଗ୍ରାଉଣ୍ଡରେ ‘ପୁସ୍ତକ ମେଳା’ର ଲୋକାର୍ପଣ କରିବେ । ସେହିପରି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ରମନ୍ତ୍ରୀ କଟକ ଜିଲ୍ଲା ସାଲେପୁରର ଗୋପୀନାଥପୁର ମଳିହତା ସ୍ଥିତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
