
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପରମହଂସ
ପ୍ରଜ୍ଞାନାନନ୍ଦ ମହାରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ
କ୍ରିୟାଯୋଗ ସଂସ୍ଥାର ଆଧ୍ୟାତ୍ମିକ ମୁଖ୍ୟ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କୁ ଜନ୍ମ
ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କ ସାନ୍ନିଧ୍ୟ ସର୍ବଦା ସମାଜକୁ ମାର୍ଗଦର୍ଶନ ଦେଉ ।
ମହାପ୍ରଭୁଙ୍କ ପାଖରେ ଆପଣଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
