ବେଙ୍ଗାଲୁରୁ, 10 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ରବିବାର ଦିନ ନାନା ପ୍ରକଳ୍ପର ଉଦ୍ଘାଟନ ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।
ସେ ଦିଲ୍ଲୀରୁ ବିଶେଷ ବିମାନ ଦ୍ୱାରା ଏଚଏଏଲ୍ ବିମାନବନ୍ଦରକୁ ଆସିଥିଲେ ଏବଂ ସେଠାରୁ ହେଲିକପ୍ଟର
ମାଧ୍ୟମରେ ଏଚକ୍ୟୁଟିସିହେଲିପ୍ୟାଡକୁ ଗଲେ। ରାଜ୍ୟପାଳ ଥାୱରଚନ୍ଦ ଗହଲୋତ, ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ଏବଂ ଭାଜପା ନେତାମାନେ ହେଲିପ୍ୟାଡରେ
ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଏଚକ୍ୟୁଟିସିହେଲିପ୍ୟାଡରୁ କେଏସଆରରେଳ ଷ୍ଟେସନ୍ ପର୍ଯ୍ୟନ୍ତ ସଡ଼କ ମାର୍ଗରେ ଯାଇଥିଲେ। ରାସ୍ତାରେ ହଜାର
ହଜାର ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା କଡରେ
ଥିଲେ। ପ୍ରଧାନମନ୍ତ୍ରୀଙ୍କ ବେଙ୍ଗାଲୁରୁ ଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ
ବ୍ୟବସ୍ଥା କରାଯାଇଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
