ଭୁବନେଶ୍ୱର, ୦୮ ଅଗଷ୍ଟ (ହି.ସ.) – ଆସନ୍ତା ଅଗଷ୍ଟ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ଓଡିଶାରେ ଜାତୀୟସ୍ତରୀୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିଙ୍କ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହେବ। ଏସମ୍ପର୍କରେ ସୂଚନା ଦେଇ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ ସମ୍ମିଳନୀରେ ଲୋକସଭାର ବାଚସ୍ପତି, ରାଜ୍ୟସଭାର ଉପାଧ୍ୟାକ୍ଷ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି କେନ୍ଦ୍ରୟ ଚେୟାରମ୍ୟାନ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଥିବା କମିଟିର ଅଧକ୍ଷ ଓ ସଦସ୍ୟ ମାନେ ଉପସ୍ଥିତ ରହିବେ। ଓଡ଼ିଆ ଅତିଥି ରାଜ୍ୟ ଭାବରେ ଏହାର ଦାୟିତ୍ୱ ନେଇଛି। ଆଜି ଉଦ୍ଘାଟନ ହୋଇଥିବା ନୂଆ ୱେବସାଇଟରେ ପାର୍ଲାମେଂଟ କମିଟି ଯୋଗ ଦେବାକୁ ଥିବା ସଦସ୍ୟଙ୍କ ନାମ ୱେବସାଇଟରେ ପଞ୍ଜିକରଣ କରିବେ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
