ବଲାଙ୍ଗିର, 30 ଜୁଲାଇ (ହି.ସ.)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିନ୍ଧେକେଲା – ଟିଟିଲାଗଡ଼ ରାସ୍ତାର ଡିଆଟନ ବ୍ରିଜ ଉପରେ କୌଣସି କାରଣରୁ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କ ମଧ୍ୟରେ ପରାସରା ପଞ୍ଚାୟତ ଛତାଭଟା ଗାଁ ର ଧ୍ରୁବ ଆଡଯୁଏଡ (୨୬) ବର୍ଷ ଏବଂ ଅଦାବାହାଲ ପଂଚାୟତ ଘଣ୍ଟସଡା ଗାଁ ର ବବଲୁ ବଗର୍ତ୍ତି (୩୮) ବର୍ଷ ବୋଲି ସୂଚନା ମିଳିଛି l ଉଭୟ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମୁଖ୍ୟ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ସିଡି ଡିଲକ୍ସ ଓଡି ୦୮ ଏ ୫୪୮୫ ଲାଲ ବାଇକରେ ଧ୍ରୁବ ଆଡ଼ଯୁଏଡ ନିଜ ପୁଅ କୁ ଟ୍ୟୁସନ ରୁ ଆଣିବାକୁ ଆସୁଥିବା ବେଳେ ବିପରୀତ ଦିଗରୁ ବବଲୁ ବଗର୍ତ୍ତୀ ବାଇକ୍ ନମ୍ବର ଓଡି ୦୩ ଓ୍ବାଇ ୮୧୯୩ ରେ ନିଜ ବାପା ଙ୍କ ଦଶାହ କାର୍ଯ୍ୟ ପାଇଁ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଧ୍ରୁବ ଙ୍କ ବାଇକ ପଡ଼ିଥିବା ସ୍ଥାନରେ ବହୁତ ରକ୍ତ ସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ
