ନୂଆଦିଲ୍ଲୀ, 10 ମଇ (ହି.ସ.)- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ହରିୟାଣା ଓ ଚଣ୍ଡିଗଡରେ ନିର୍ବାଚନୀ ପ୍ରଚାର କରିବେ । ସେ ପ୍ରଥମେ ହରିୟାଣାର ପଂଚକୁଳାରେ ପହଂଚିବେ । ସନ୍ଧ୍ୟାରେ ତାଙ୍କ ଜନସଭାରେ ଚଣ୍ଡିଗଡରେ ହେବ ।
ନଡ୍ଡା ପଂଚକୁଳାରେ ରୋଡ୍ ସୋ କରିବେ । ରୋଡ୍ ସୋ ସକାଳ 11.50ରେ ଡିସି ମଡେଲ ସ୍କୁଲ ସେକ୍ଟର-7ରୁ ଆରମ୍ଭ ହୋଇ ସେକ୍ଟର-7-8 ଲାଇଟ ପଏଂଟରେ ଶେଷ ହେବ । ଶେଷରେ ନଡ୍ଡା ଶୁମାର ଓ ଚଣ୍ଡିଗଡର ସେକ୍ଟର-27 ସ୍ଥିତ ରାମଲୀଳା ମୈଦାନରେ ବିଜେପିର ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
