କୋଲକାତା, ୦୨ ମଇ – ସିବିଆଇ ବୁଧବାର ନିଲମ୍ବିତ ତୃଣମୁଳ କଂଗ୍ରେସ ନେତା ଶେଖ ଶାହାଜାହଙ୍କ ପଳାତକ ସାନଭାଇ ଶେଖ ସିରାଜୁଦ୍ଦିନଙ୍କୁ ସନ୍ଦେଶଖାଲିରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ସମ୍ପର୍କରେ ପଚରାଉଚରା ପାଇଁ ନୋଟିସ ଜାରି କରିଛି । କେନ୍ଦ୍ରୀୟ ଏଜେନ୍ସି ଗୁରୁବାର ଏହି ସୂଚନା ଦେଇଛି । ବୁଧବାର ସକାଳେ ସିବିଆଇ ଅଧିକାରୀଙ୍କ ସହ ଏକ ଟିମ୍ ସିରାଜୁଦ୍ଦିନଙ୍କ ବାସଭବନରେ ପହଂଚି ପଚରାଉଚରା ପାଇଁ ନୋଟିସ୍ ଲଗାଇଥିଲେ । ଏପ୍ରିଲ ୨୬ ରେ ପଶ୍ଚିମବଙ୍ଗର ଉତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲି ଠାରେ ଶାହାଜାହଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରୁ ଅସ୍ତ୍ରଶସ୍ତ୍ର, ଗୁଳି, ବିସ୍ଫୋରକ ଏବଂ ବୋମା ଉଦ୍ଧାର କରାଯାଇଥିଲା ।
