ନାରାୟଣପୁର, ୩୦ ଅପ୍ରେଲ – ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡରେ ମଙ୍ଗଳବାର ସକାଳେ ଯବାନ-ନକ୍ସଲ ସଂଘର୍ଷ ପରେ ତଲାସୀ ବେଳେ ଏପର୍ଯ୍ୟନ୍ତ ଦୁଇ ମହିଳା ନକ୍ସଲଙ୍କ ସମେତ ସଂଘର୍ଷରେ ପ୍ରାଣ ହରାଇଥିବା ୭ ଜଣ ନକ୍ସଲଙ୍କ ଶବ ଜବତ କରାଯାଇଛି । ଏଥି ସହିତ ଏକେ-୪୭ ରାଇଫଲ୍, ଗୋଳା ବାରୁଦ ଆଦି ଜବତ କରାଯାଇଛି । ବସ୍ତର ଆଇଜି ସୁଦଦରାଜ ପି. ସଂଘର୍ଷରେ ପ୍ରାଣ ହରାଇଥିବା ୭ ନକ୍ସଲଙ୍କ ଶବ ଜବତ କରାଯାଇଥିବା ନେଇ ସୂଚନା ଦେବା ସହ କହିଥିଲେ ଯେ, ସଂଘର୍ଷରେ ସାମିଲ୍ ଥିବା ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ତଲାସୀ ଅଭିଯାନ ସମ୍ପୂର୍ଣ୍ଣ ହେବା ପରେ ଏନେଇ ବିସ୍ତୃତ ସୂଚନା ଗଣମାଧ୍ୟମକୁ ଦିଆଯିବ ।
ପ୍ରକାଶ ଥାଉକି, ଆଜି ସକାଳ ପ୍ରାୟ ୬ଟା ସମୟରେ ଗ୍ରାମ ଟେକମେଟା ଏବଂ କାକୁର ମଧ୍ୟରେ ଥିବା ଜଙ୍ଗଲରେ ଡିଆରଜି ଏବଂ ଏସଟିଏଫ ଯବାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ ନକ୍ସଲ । ଉଭୟଙ୍କ ମଧ୍ୟରେ ପ୍ରାୟ ୪ ଘଂଟା ଧରି ସଂଘର୍ଷ ଚାଲିଥିଲା ।
