ଭୁବନେଶ୍ୱର, 27 ଏପ୍ରିଲ : ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ କବି, କଥାକାର ତଥା ଔପନ୍ୟାସିକ ‘ପଦ୍ମଭୂଷଣ’ ମନୋଜ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସାହିତ୍ୟକୁ ସୁସମୃଦ୍ଧ କରିବାରେ ତାଙ୍କର ଅମୂଲ୍ୟ ଯୋଗଦାନ ଚିର ସ୍ମରଣୀୟ ହୋଇରହିବ ।
