ଭୁବନେଶ୍ୱର, 23 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା କୃଷ୍ଣଲୀଳା ସଙ୍ଗୀତର ଗାୟକ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ସମ୍ମାନ ରେ ସମ୍ମାନିତ ହୋଇଥିବା କୃଷ୍ଣଲୀଳା ସଙ୍ଗୀତର ଗାୟକ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ଅଭିନନ୍ଦନ । ଗତ ପ୍ରାୟ ୯ ଦଶନ୍ଧି ଧରି ସେ ପାରମ୍ପରିକ କୃଷ୍ଣଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । କୃଷ୍ଣଲୀଳା ଉପରେ ତାଙ୍କର ମହାନ ଯୋଗଦାନ ତଥା ତାଙ୍କର ଏହି ଅସାଧାରଣ କୃତି ବର୍ତ୍ତମାନର ଯୁବ କଳାକାରଙ୍କ ପାଇଁ ପ୍ରେରଣା ହୋଇଛି ।
