ନୂଆଦିଲ୍ଲୀ, 23 ଏପ୍ରିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛତିଶଗଡ ଓ ରାଜସ୍ଥାନରେ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ସକାଳ 10.45ରେ ରାଜସ୍ଥାନର ଟୋଙ୍କ – ସବାଇ ମାଧୋପୁରରେ ପାର୍ଟିର ଏକ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ସେ 2.45ରେ ଛତିଶଗଡର ଜାଂଜଗୀର- ଚାମ୍ପା ଓ ସଂଧ୍ୟା 5ଟାରେ ମହାସମୁନ୍ଦ ଠାରେ ଜନସଭାକୁ ସମ୍ବୋଧିତ କରିବେ ।
