ନୂଆଦିଲ୍ଲୀ, 16 ଏପ୍ରିଲ ଚୈତ୍ର ନବରାତ୍ରୀର ଆଜି ମହାଷ୍ଟମୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ମୋର ପରିବାରଜନଙ୍କୁ ମହାଷ୍ଟମୀ ପୂଜାର ହାର୍ଦ୍ଦିକ ଶୁଭକାମନା । ଦୁର୍ଗା ଅଷ୍ଟମୀର ଅଭିଷ୍ଟ ଦେବୀ ମାଆ ମହାଗୌରୀ ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ, ଏହାହିଁ କାମନା ।
