ପାଥୁଆଗୁଡାରେ ମିଳିତ ଅବକାରି ଚଢାଉ
ଜୟପୁର , ଅବକାରି ବିଭାଗ ତରଫରୁ ମିଳିତ ଚଢାଉ କରାଯାଇ ମଦ ଓ ପୋଚ ଜବତ କରି ନଷ୍ଟ କରାଯାଇଛି । ବିସିଂପୁର ଥାନା ଅନ୍ତର୍ଗତ ପାଥୁଆଗୁଡା ଗ୍ରାମ ଜଙ୍ଗଲରେ ଅବକାରି ଚଢାଉ ହୋଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିଛି । ଚଢାଉ କରି ୩ ହଜାର ୬ ଶହ ଲିଟର ପୋଚ ଓ ୨୪୦ ଲିଟର ଦେଶି ମଦ ଜବତ କରିନଷ୍ଟ କରିଛି । ମଦରନ୍ଧା ସରଞ୍ଜାମ, ଡ୍ରମ ଆଦିକୁ ଜବତ କରିଛି ଜୟପୁର ଅବକାରି ବିଭାଗ । ଏହି ଚଢାଉରେ ଡିଏସଇ ସ୍ୱାଗତିକା ମହାନ୍ତି, ଅବକାରି ନିରିକ୍ଷକ ଶଶି କାନ୍ତ ଦତ୍ତ, ଜୟପୁର ଓଆଇସି ନିଳାଦ୍ରି ମିଶ୍ର, ବୋରିଗୁ୍ମ୍ମା ଓଆଇସି ବିଶ୍ୱଜିତ ପାଣିଗ୍ରାହୀ, କୋରାପୁଟ ଓଆଇସି ସଞ୍ଚୟ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
