
ଭୁବନେଶ୍ୱର, ଅନ୍ତର୍ଜାତୀୟ ମହିଳା ଦିବସର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହିଳା ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ନାରୀଶକ୍ତିର ଅଦମ୍ୟ ସାହସ, ଦୃଢ ସଂକଳ୍ପ ଓ ଉତ୍କୃଷ୍ଟ ଉପଲବ୍ଧିକୁ ପ୍ରଣାମ । ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ଉଜ୍ଜ୍ୱଳା ଯୋଜନାଳ ସ୍ୱଚ୍ଛା ଭାରତ ଅଭିଯାନ ପରି ପଦକ୍ଷେପ ଦେଶରେ ନାରୀଶକ୍ତି ଆହୁରି ସଶକ୍ତ ହେଉଛି ।
