ନୂଆଦିଲ୍ଲୀ, ୧୮ ଫେବୃଆରୀ – ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମ୍ ରେ ରବିବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଦ୍ୱି ଦିବସୀୟ ରାଷ୍ଟ୍ରୀୟ ପରିଷଦର ବୈଠକର ଆରମ୍ଭରେ ଜୈନ ଆଚାର୍ଯ୍ୟ ବିଦ୍ୟାସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଜୈନ ଧର୍ମର ଅମୂଲ୍ୟ ଆଧ୍ୟାତ୍ମିକ ମହିମାକୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ନୂତନ ଦିଗନ୍ତ ଦେଇଛନ୍ତି । ଜ୍ଞାନ, କରୁଣା ଏବଂ ଶ୍ରଦ୍ଧାରେ ପରିପୂର୍ଣ୍ଣ ତାଙ୍କର ଶିକ୍ଷା ସଦୈବ ଆମକୁ ସମାଜ ଏବଂ ସଂସ୍କୃତିର ଉତ୍କର୍ଷ ନିମନ୍ତେ ମାର୍ଗଦର୍ଶନ ପ୍ରଦାନ କରିବ । ୧୦ ଅକ୍ଟୋବର ୧୯୪୬ରେ କର୍ଣ୍ଣାଟକର ବେଲଗାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରରେ ଇହଲୀଳା ସମ୍ବରଣ କରିଛନ୍ତି ।
