ଧର୍ମଶାଳା,୧୭ ଫେବୃଆରୀ – ଯାଜପୁର ଜିଲା ରସୁଲପୁର ବ୍ଲକ ରାଉତରାପୁର ପଂଚାୟତ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଂଚ ସ୍ଵର୍ଣ୍ଣଲତା ସାହୁଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରସୁଲପୁର ବ୍ଲକ ଏବିଓ ପ୍ରଭଞ୍ଜନ ପତି, ରାଉତରାପୁର ସମିତିସଭ୍ୟ ପ୍ରୀୟ ରଂଜନ ସାହୁ,କୁଣ୍ଡପାଟଣା ନୂତନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଡ. ରଶ୍ମିତା ରାଉତ, ଦର୍ଶନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଷମା ସାମଲ, ପଂଚାୟତ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବିଶ୍ଵାଳ, ଜିଆରଏସ୍ କମଳ କୁମାର ଦାସ, ପଂଚାୟତ ସଭାପତି ଅନିରୁଦ୍ଧ ପୃଷ୍ଟି, ପୂର୍ବତନ ସରପଂଚ କୈଳାସ ଚନ୍ଦ୍ର ସାହୁ, ନାଏବ ସରପଂଚ ବୈକୁଣ୍ଠ ବରାଳ, ଏସ୍ଏଚଜି ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଓ ସମ୍ପାଦିକା ରଂଜୁଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରାଉତରାପୁର ପଂଚାୟତର ବିକାଶ ପୁସ୍ତିକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଆମ ଓଡିଶା ନବୀନ ଓଡିଶାର ଅଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରି ସ୍ଵାସ୍ଥ୍ୟ, ଶିକ୍ଷା ଓ ଗମନାଗମନର ବିକାଶ ସହ ଗରୀବ ଲୋକମାନଙ୍କ ପାଇଁ ବିଏସକେୱାଇ କାର୍ଡ ଓ ଗର୍ଭବତୀ ମହିଳାମାନଙ୍କ ମମତା ଯୋଜନା ସହାୟକ ବୃଦ୍ଧି ଓ ଯାଜପୁର ଜିଲାରେ ଲକ୍ଷ୍ମୀ ବସ୍ ଗଡିବା ଆଦି ନବୀନ ସରକାର ଦ୍ଵାରା ସମ୍ଭବ ହୋଇଛି । କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ମାଗୁଣି ଚରଣ ପୃଷ୍ଟି ମଂଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରସିଦ୍ଧ କଳାକାରଙ୍କ ପକ୍ଷରୁ ନୃତ୍ୟ ଓ ସଂଗୀତ ମାଧ୍ୟମରେ ନବୀନ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ସ୍ଥାନୀୟ ଅଂଚଳର ଶିକ୍ଷାବିତ୍, ବରିଷ୍ଠ ମୁରୁବୀ ଓ ଅଂଚଳରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ରୂପନ ବେହେରା, ନବଘନ ନାୟକ, ରବିନ୍ଦ୍ର ପୃଷ୍ଟି, ଧନେଶ୍ଵର ସାହୁ, ଭାଗ୍ୟଧର ନାୟକ, କୃଷକ ସାଥୀ ମଦନ ମୋହନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ଥାନୀୟ ମୁରବୀ ଓ ଯୁବ ଗୋଷ୍ଠୀଙ୍କ ସମେତ ଶହଶହ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ ।
