ରିୟାଦ, 6 ଫେବୃଆରୀ : ଗାଜାରେ ଯୁଦ୍ଧ ବିରାମ ନେଇ ଆମେରିକା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ଜେ.ବ୍ଲିଙ୍କନ ମଧ୍ୟପୂର୍ବ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ କାଲି ସାଉଦିଆରବରେ ପହଞ୍ଚିଛନ୍ତି । ସେଠାରେ ସେ 123ଦିନରୁ ଲାଗିରହିଥିବା ଇସ୍ରାଏଲ-ହମାସ ସଂଘର୍ଷକୁ ରୋକିବା ପାଇଁ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଆଲୋଚନା କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଆମେରିକା ଗାଜାରେ ବନ୍ଧକଙ୍କୁ ମୁକ୍ତ କରିବା ପ୍ରସ୍ତାବ ଉପରେ ସହଯୋଗ ଏକଜୁଟ କରିବାକୁ ଉଦ୍ୟମ କରୁଛି ।
