
ଭୁବନେଶ୍ୱର, ୦୪ ଫେବୃଆରୀ :-ଆସନ୍ତା ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ । ୪ ତାରିଖ ସନ୍ଧ୍ୟା ୬ଟା ୩୦ରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହେବ । ସେହିପରି ୫ ତାରିଖ ପୂର୍ବାହ୍ନ ୧୦.୧୫ରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ।
ସୂଚନାଯୋଗ୍ୟ ଯେ ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଫେବୃଆରୀ ୫ରୁ ଅଧିବେଶନ ଆରମ୍ଭ ହୋଇ ୧୩ରେ ଶେଷ ହେବ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ । ଏହି ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି ।
