
ନୂଆଦିଲ୍ଲୀ, 1 ଫେବୃଆରୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ 11ଟାରେ ଲୋକସଭାରେ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରିଣ ବଜେଟ୍ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ଏହା ଷଷ୍ଠ ଏବଂ ଲୋକସଭାରେ ଏହା ଶେଷ ବଜେଟ୍ ଅଟେ । ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀ ଅପରାହ୍ନ 4ଟାରେ ମିଡିଆକର୍ମୀଙ୍କୁ ସମ୍ବୋଧିତ କରିବେ ।
