ନୂଆଦିଲ୍ଲୀ, 19 ଜାନୁୟାରୀ (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ ମିଡିଆ ଏକ୍ସରେ ସୁରିନାମ, ତ୍ରିନିଦାଦ ଏବଂ ଟୋବୈଗୋର ଭଜନ ସେୟାର କରିଛନ୍ତି । ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦି ଲେଖିଛନ୍ତି ଯେ, ଭଜନରେ ରାମାୟଣର ଶାଶ୍ୱତ ବାର୍ତ୍ତା ରହିଛି । ରାମାୟଣର ବାର୍ତ୍ତା ଦୁନିଆର ଲୋକଙ୍କୁ ପ୍ରେରିତ କରିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
