ଭୁବନେଶ୍ୱର, 19 ଜାନୁଆରୀ (ହି.ସ.) – ବଣୁଆ ଓ ହିଂସ୍ର ହାତୀଙ୍କୁ ଘଉଡ଼ାଇବାକୁ ନିୟୋଜିତ ହେବେ ତାଲିମପ୍ରାପ୍ତ ହାତୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ସ୍ଥାନରେ ହାତୀ ପ୍ରଶିକ୍ଷଣ ବ୍ୟବସ୍ଥା । ଚନ୍ଦକା, ସାତକୋଶିଆ, କପିଳାସ ଓ ଶିପିଳିପାଳରେ ହାତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ପରେ ଦେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା ହେବ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
