ନୂଆଦିଲ୍ଲୀ, 18 ଜାନୁଆରୀ (ହି.ସ.) ମାତ୍ର ଦୁଇ ମାସ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଦେଶବ୍ୟାପୀ ବିପୁଳ ଜନ ସମର୍ଥନ ମିଳିଛି । ଏଥିରେ ୧୫ କୋଟିରୁ ଅଧିକ ଉତ୍ସାହୀ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି । ଏହି ବିଶାଳ ଜନଭାଗିଦାରୀ ଏକ ସମୃଦ୍ଧ ଏବଂ ସମାବେଶୀ ଭାରତ ଗଠନ ଦିଗରେ ସମନ୍ୱିତ ମାର୍ଗ ପ୍ରସ୍ତୁତି ପାଇଁ ଯାତ୍ରାର ପ୍ରଭାବ ବିଷୟରେ ବର୍ଣ୍ଣନା କରେ । ଦେଶବ୍ୟାପୀ ସରକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ଐତିହାସିକ ପଦକ୍ଷେପ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
