ଚମ୍ପୁଆ, ୦୮ ଜାନୁଆରୀ (ହି.ସ.) ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେ ଙ୍କ ଦ୍ୱାରା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡିଏଫ୍ଓ, ଏଡିଏମ୍ ଙ୍କ ସମେତ ଜିଲ୍ଲାର ତଥା ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୯୧ ଟି ଅଭିଯୋଗ ଉପରେ ଶୁଣାଣି କରିଥିବା ଜଣାପଡିଛି। ତେବେ ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଚମ୍ପୁଆ ଉପଖଣ୍ଡ ସ୍ତରିୟ ଅନେକ ଅଧିକାରୀ ଯୋଗ ଦେଇଥିବା ବେଳେ ଅଭିଯୋଗ କାରୀଙ୍କ ସେପରି ଗହଳି ପରିଲକ୍ଷିତ ହୋଇ ନ ଥିଲା।
ହିନ୍ଦୁସ୍ଥାନ ସମାଚାର ତ୍ରିନାଥ/ସମନ୍ୱୟ
