ନୂଆଦିଲ୍ଲୀ, 08 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ ସେୟାର କରିଛନ୍ତି।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଅଯୋଧ୍ୟା ସହିତ ଆଜି ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ମଙ୍ଗଳମୟ ହେଉଛି। ଏହି ପୁଣ୍ୟ ଅବସରରେ ରାମ ଲଲାଙ୍କ ଭକ୍ତିରେ ପରିପୂର୍ଣ୍ଣ ବିକାଶ ଜି ଏବଂ ମହେଶ କୁକରେଜାଙ୍କ ରାମ ଭଜନକୁ ଆପଣ ସଭିଏଁ ନିଶ୍ଚିତ ଶୁଣନ୍ତୁ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
