
ନୂଆଦିଲ୍ଲୀ, 8 ଜାନୁଆରୀ (ହି.ସ.) ଆଜି ହେଉଛି ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ସାହାଙ୍କ ଜନ୍ମଦିନ । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ତାଙ୍କୂ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି । ତ୍ରିପୁରାରେ ଆମର ଭାଇ ଓ ଭଉଣୀମାନଙ୍କର ଆକାଂକ୍ଷା ପୂରଣ କରିବାକୁ ତାଙ୍କର ପ୍ରତିବଦ୍ଧତା ପ୍ରଶଂସନୀୟ । ତାଙ୍କର ସୁଖୀ, ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
