
ଭୁବନେଶ୍ୱର, 6 ଜାନୁଆରୀ (ହି.ସ.)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି (ଶନିବାର)ସମ୍ବଲପୁରରେ ଭିଡିଓ କନଫରେନ୍ସ ମାଧ୍ୟମରେ ୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ରୀଡା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଯାହାଦ୍ୱାରା ସମ୍ବଲପୁରରେ କ୍ରୀଡା ବିକାଶକୁ ସମୃଦ୍ଧ କରିବ ।
ମୁଖ୍ୟମନ୍ତ୍ରୀ ସେଠାରେ ବୁର୍ଲା ଇଣ୍ଡୋର ଷ୍ଟାଡିୟମ୍ ଉଦଘାଟନ କରିଥିବା ବେଳେ ସମ୍ବଲପୁର ଫୁଟବଲ୍ ଏକାଡେମୀ, ସମ୍ବଲପୁର ୟୁନିଭର୍ସିଟି ସ୍ପୋର୍ଟସ୍ କମ୍ପେ୍ଲକ୍ସ ଓ ହକି ଷ୍ଟାଡିୟମ୍ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
