
ଗଞାମ, ୫ ଜାନୁଆରୀ (ହି.ସ.)- ବରିଷ୍ଠ ନାଗରିକମାନଙ୍କୁ ବ୍ଯାଙ୍କ ମାନେ ସ୍ଵତନ୍ତ୍ର ବ୍ଯବସ୍ଥା ପ୍ରଦାନ କରୁଥିବା ବେଳେ ବ୍ରହ୍ମପୁର ବ୍ରଜନଗର ବରୋଦା ବ୍ଯାଙ୍କରେ ଏହାର ବ୍ଯତିକ୍ରମ ଘଟିଛି।ଜଣେ ଗ୍ରାହକ ଗତ ତା୨୮୵୧୨୵୧୫ରେ ଦଶ ହଜାର ଟଂକା ୧୮୧ ଦିନ ପାଇଁ ଏଫଡି କରିଥିଲେ। ଅବଧି ସରିବାପରେ ସ୍ଵାସ୍ଥ୍ୟଗତ କାରଣରୁ କିମ୍ବା ଅନ୍ୟ କାରଣରୁ ସଂପୃକ୍ତ ଗ୍ରାହକବ୍ଯାଙ୍କ ଯାଇ ଏହାର ନବିକରଣ କରିନାହାନ୍ତି । ବ୍ଯାଙ୍କର ନିୟମ ଅନୁଯାଇ ଏପରି କ୍ଷେତ୍ରରେ ଆପେଆପେ ଏହି ଜମାଟଂକା ନବୀକରଣ ହେବା ବ୍ଯବସ୍ଥା ରହିଥିବା ସତ୍ବେ ସଂପୃକ୍ତ ଗ୍ରାହକଙ୍କ ଏହି ଜମାରାଶି ନବୀକରଣ ହୋଇନଥିବା ଗ୍ରାହକ ଜଣଙ୍କ ଆଜି ବ୍ଯାକଂକୁ ଯାଇ ଜାଣିବା ପରେ ଉଦବେଗ ପ୍ରକାଶ କରିଛନ୍ତି। ତୁରନ୍ତ ବ୍ଯାକଂ ଉଚ୍ଚ କର୍ତୁପକ୍ଷ ଘଟଣାର ତଦନ୍ତ କରି ଗ୍ରାହକକଂ ୨୦୧୬ ମସିହା ଠାରୁ ଏପର୍ଯ୍ୟନ୍ତ ନବୀକରଣ କରି ସେହି ଅନୁପାତରେ କଳନ୍ତର(ଇଣ୍ଟେରେଷ୍ଟ) ସଂପୃକ୍ତ ଗ୍ରାହକକୁଂ ପ୍ରଦାନ କରିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ
