
କୋଲକାତା, 30 ଡିସେମ୍ବର (ହି.ସ.)ଅଯୋଧ୍ୟା ଧାମର ଭଗବାନ ଶ୍ରୀରାମର ଭବ୍ୟ ଓ ଦିବ୍ୟ ମନ୍ଦିରର ଉଦଘାଟନ ପୂର୍ବରୁ କୋଲକାତାରୁ ଅଯୋଧ୍ୟାକୁ ଉଡିବ ବିମାନ । ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସିଧା ବିମାନ ଘୋଷଣା କରାଯାଇଛି । ଏୟାରଲାଇନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଜାନୁୟାରୀ 17ରୁ ଅଯୋଧ୍ୟାରୁ କୋଲକାତା ମଧ୍ୟରେ ସିଧା ବିମାନ ଉଡାଣ ଭରିବ । ଏହାସହିତ ଅଯୋଧ୍ୟାରୁ ବେଙ୍ଗାଲୁରୁ ମଧ୍ୟରେ ବିମାନ ଉଡାଣ ଭରିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
