ଭୁବନେଶ୍ଵର, ୨୯ ଡିସେମ୍ବର (ହି.ସ.)- ଆଜି ରାଜ୍ୟର ରାଉରକେଲାରେ ଅତିଘନକୁହୁଡ଼ି ଅନୁଭୂତ ହୋଇଛି। ନୟାଗଡ଼, ଫୁଲବାଣୀ, କୋରାପୁଟ, କଟକରେ ଘନକୁହୁଡି ଏବଂ ଭୁବନେଶ୍ଵର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡି ଓ ପାରାଦୀପ ଏବଂ ସମ୍ବଲପୁରରେ ହାଲୁକାକୁହୁଡି ଅନୁଭୂତ ହୋଇଛି ।
ରାଉରକେଲାରେ ଅତିଘନକୁହୁଡ଼ି ଅନୁଭୂତ ହୋଇଥିବା ବେଳେ ସେଠାରେ ଦୃଶ୍ୟମାନ ଦୂରତା ରହିଛି ୪୦ ମିଟର । ନୟାଗଡ଼, ଫୁଲବାଣୀ, କୋରାପୁଟ, କଟକରେ ଘନକୁହୁଡି ଅନୁଭୂତ ହୋଇଥିବା ବେଳେ ଏସବୁ ସ୍ଥାନରେ ଦୃଶ୍ୟମାନ ଦୂରତା ରହିଛି ନୟାଗଡରେ ୬୦ ମିଟର, ଫୁଲବାଣୀରେ ୮୦ ମିଟର, କୋରାପୁଟରେ ୧୦୦ ମିଟର ଏବଂ କଟକରେ୧୦୦ ମିଟର । ଭୁବନେଶ୍ଵର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡି ଅନୁଭୂତ ହୋଇଥିବା ବେଳେ ଏସବୁ ସ୍ଥାନରେ ଦୃଶ୍ୟମାନ ଦୂରତା ରହିଛି ଭୁବନେଶ୍ଵରରେ ୪୦୦ ମିଟର, ଅନୁଗୁଳରେ ୨୦୦ ମିଟର, ଢେଙ୍କାନାଳରେ ୨୦୦ ମିଟର, ଖୋର୍ଦ୍ଧାରେ ୨୦୦ ମିଟର ଏବଂ ଭବାନୀପାଟଣାରେ ୨୦୦ ମିଟର । ପାରାଦୀପ ଏବଂ ସମ୍ବଲପୁରରେ ହାଲୁକାକୁହୁଡି ଅନୁଭୂତ ହୋଇଥିବା ବେଳେ ପାରାଦୀପରେ ଦୃଶ୍ୟମାନ ଦୂରତା ୭୦୦ ମିଟର ଏବଂ ସମ୍ବଲପୁରରେ ଦୃଶ୍ୟମାନ ଦୂରତା ୯୦୦ ମିଟର ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
