ଭୁବନେଶ୍ୱର, 17 ଜାନୁଆରୀ (ହି.ସ.)- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ତଥା ବରିଷ୍ଠ ଅନୁସୂଚିତ ଜନଜାତୀବର୍ଗର ନେତା ଭୁଜବଳ ମାଝୀଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଆଡହକ୍ ସଭାପତି ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ପ୍ରକାଶିତ । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରୀ ମାଝୀ ନ୍ୟସ୍ତ ହୋଇଥିବା ଦାୟିତ୍ୱକୁ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିବେ ବୋଲି ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
