
ଜମ୍ମୁ, 29 ଡିସେମ୍ବର (ହି.ସ.) ଜମ୍ମୁକଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଶୁକ୍ରବାର ସକାଳେ ଘନ କୁହୁଡି ଯୋଗୁ ଜନଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡିଛି । କୁହୁଡି ଯୋଗୁ ଯାତାୟତ ଏକପ୍ରକାର ଧୀର ହୋଇଛି । କେଇ ମିଟର ଆଗକୁ ଦୃଶ୍ୟମାନ ସମ୍ଭବ ହେଉନାହିଁ । ଭୀଷଣ ଥଣ୍ଡା ଯୋଗୁ ରାସ୍ତାଘାଟ ବରଫରେ ଜମା ହୋଇଛି । ପାନୀୟ ଜଳ ପାଇପ ମଧ୍ୟ ଜମିଯାଇଥିବା ଜଣାପଡିଛି ।
ଶ୍ରୀନଗର ସହରରେ ଆଜି ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ 3.3 ଡିଗ୍ରୀ ସେଲସିୟସ ତଳକୁ ରହିଥିବା ବେଳେ ଗୁଲମାର୍ଗ ଓ ପହଲଗାମରେ ଶୂନ୍ୟରୁ 2.5 ଡିଗ୍ରୀ ସେଲସିୟସ ତଳକୁ ଓ ଶୂନ୍ୟରୁ 5.4 ଡିଗ୍ରୀ ତଳକୁ ରେକର୍ଡ ହୋଇଛି । ଲେହ ସହରର ସର୍ବନୀମ୍ନ ତାପମାତ୍ରା ମାଇନସ 14.7, କାରଗିଲରେ ମାଇନସ 11.6 ଓ ଦ୍ରାସରେ ମାଇନସ 13.8 ରେକର୍ଡ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
