
ସେନାର କାର୍ଯ୍ୟକ୍ରମରେ ହେବେ ସାମିଲ
ଜୟପୁର, 23 ଡିସେମ୍ବର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ରାଜସ୍ଥାନର ଜୈସଲମେର ଗସ୍ତରେ ଯିବେ । ସେ ପୋଖରଣ ଫିଲ୍ଡ ଫାଇରିଂ ରେଂଜରେ ସେନାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଶୁକ୍ରବାର ଦିନ ଜୈସଲମେର ପହଂଚିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସେନାର କାର୍ଯ୍ୟକ୍ରମରେ ସାମିଲ ହେବା ପରେ ରାଷ୍ଟ୍ରପତି ଶଦୀଦ ପୁନମ ସିଂହ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ମାନଙ୍କ ସହ କଥାବାର୍ତା କରିବାର କାର୍ଯ୍ୟକ୍ରମ ରହିଛି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
