ନୂଆଦିଲ୍ଲୀ, 29 ନଭେମ୍ବର (ହି.ସ.)- ବେସାମରିକ
ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଶନିବାର ଏୟାରବସ୍ ଏ-318, ଏ-319, ଏ-320 ଏବଂ ଏ-321 ବିମାନ ପାଇଁ ଆବଶ୍ୟକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି। ବିମାନ
ନିୟମକ ସଂସ୍ଥା ତୀବ୍ର ସୂର୍ଯ୍ୟ ବିକିରଣର କାରଣରୁ ଏୟାରବସ୍ ଏ-320 ଶ୍ରେଣୀର କିଛି ବିମାନରେ ଉଡ଼ାଣ ନିୟନ୍ତ୍ରଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ
ଡାଟା ଖରାପ ହେବାର ଆଶଙ୍କା ବ୍ୟକ୍ତ କରି ଏହି ନିର୍ଦ୍ଦେଶ ଜାରି କରିଛି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ
ଜାରି କରାଥିବା ଆଦେଶରେ କିଛି ଏୟାରବସ୍ ଏ-319, ଏ-320 ଏବଂ ଏ-321 ବିମାନଚାଳନକୁ ତତ୍କାଳ ରୋକିବାକୁ କହିଛି, ଯେପର୍ଯ୍ୟନ୍ତ ଏୟାରବସ୍ ସୁରକ୍ଷା ସଚେତନତା ଅନୁସାରେ ଆବଶ୍ୟକ ସଫ୍ଟୱେର
କିମ୍ବା ହାର୍ଡୱେରରେ ପ୍ରୟୋଜନୀୟ ପରିବର୍ତ୍ତନ କରାଯାଇନି। ଫ୍ଲାଇଟ୍ ଉପରେ ଏହି ପ୍ରତିବନ୍ଧ
ରବିବାର ସକାଳ 5.30ରୁ ଲାଗୁ ହେବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
