
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.) ଆଜି ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତର ଏକତା ଓ ଅଖଣ୍ଡତାର ଶିଳ୍ପକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ ଜଣାଉଛି । ସର୍ଦ୍ଦାର ସାହେବଙ୍କ ବୁଝାମଣା ଓ ଦୃଢ ନିଶ୍ଚୟ ଏକ ମଜବୁତ ଓ ସଶକ୍ତ ଭାରତର ମୂଳଦୁଆ ରଖିଥିଲେ । ଦେଶ ନିର୍ମାଣରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ଦେଶ ସର୍ବଦା ଋଣୀ ରହିବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
